IMPORTANT QUESTIONS FOR 10TH BOARD EXAM
MATHEMATICS (MTH)
ବୀଜଗଣିତ(SUBJECTIVE )
1. ସମାଧାନ କର I (ବଜ୍ରଗୁଣନ , ଅପସାରଣ ଏବଂ ପ୍ରତୀକଳ୍ପନ ) ପ୍ରଣାଳୀରେ
x+2y+1 = 0
2x-3y-12 = 0
2. ଲେଖାଚିତ୍ର ଅଙ୍କନ କରି ସହସମୀକରଣ ଦ୍ଵୟର ସମାଧାନ କର I
x+y-4 = 0
x-y = 0
3. ପୂର୍ଣବର୍ଗରେ ପରିଣତ କରି ସମାଧାନ କର ।
2x2-9x+4 =0
4. ଗୋଟିଏ ଦ୍ବୀଘାତ ସମୀକରଣର ମୂଳଦ୍ୱୟର ସମଷ୍ଟି 3 ଓ ମୂଳାଦ୍ୱୟର ବର୍ଗର ସମଷ୍ଟି 29 ହେଲେ , ସମୀକରଣଟି ନିର୍ଣ୍ଣୟ କର I
5. ଯଦି 5x2-3x-2 = 0 ସମୀକରଣର ମୂଳଦ୍ୱୟ α ଓ β ହୁଏ , ତେବେ ପ୍ରମାଣ କର ଯେ α2+ β2 = 117/125 I
6. 18 କୁ ଏପରି 3 ଭାଗରେ ଭାଗକର ଯେପରିକି ସେମାନେ ଏକ ସମାନ୍ତର ଅନୁକ୍ରମରେ ରହିବେ ଏବଂ ସେମାନଙ୍କର ଗୁଣଫଳ 192 ହେବ I
7. ଯେଉଁ ଅନୁକ୍ରମର S = 4n2 + 3n , ସେହି ଅନୁକ୍ରମର ପଞ୍ଚମ ପଦଟି ନିର୍ଣୟ କର I
8. 5 ଓ 55 ମଧ୍ୟରେ ଚାରିଗୋଟି ସମାନ୍ତର ମଧ୍ୟକ ଯଥାକ୍ରମେ x1 x2 x3 x4 ନେଲେ , 5, x1 x2 x3 x4,55 A.P ରେ ରହିବେ I
9. ଦୁଇଟି ମୁଦ୍ରାକୁ ଏକାସଙ୍ଗେ ଟସ କରାଗଲା I ଅତି କମରେ ଗୋଟିଏ H ପଡ଼ିବାର ସମ୍ଭାଵ୍ୟତା ନିର୍ଣୟ କର I ଟସ କରାଯାଇଥିବା ମୁଦ୍ରା ଦୁଇଟି ଅପ୍ରବଣ I
10. ଗୋଟିଏ ଲୁଡ଼ୁ ଗୋଟିକୁ ଦୁଇଥର ଗଡ଼ାଇ ଦିଆଗଲା | ସଂଖ୍ୟାଦୁଇଟିର ଯୋଗଫଳ ≥ 10 ହେବାର ସଂଭାଵ୍ୟତା ନିର୍ଣୟ କର I
11. ଗୋଟିଏ ଲୁଡୁ ଗୋଟିକୁ 2 ଥର ଗଡାଇବା , ଫଳରେ ପ୍ରଥମ ସଂଖ୍ୟାଟି ଅଯୁଗ୍ମ ଓ ଦ୍ଵିତୀୟ 6 ଆସିବାର ସମ୍ଭାଵ୍ୟତା ସ୍ଥିର କର I
12. ନିମ୍ନ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମଧ୍ୟମାନ ନିର୍ଣୟ କର I
ଲବଧାଙ୍କ 11 12 13 14 15 16
ବାରାମ୍ବାରତା 2 4 6 10 8 7
13. ନିମ୍ନ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମଧ୍ୟମା ଓ ମଧ୍ୟମାନ ନିର୍ଣୟ କର I
ସଂଭାଗ 1-10 10-20 20-30 30-40 40-50
ବାରାମ୍ବାରତା 6 11 17 16 10
14. ନିମ୍ନ ତଥ୍ୟାବଳୀରେ ଥିବା କେତେକ ସଂଭାଗରେ ବାରାମ୍ବାରତା ଦିଆଯାଇନାହିଁ I ଯଦି ବାରାମ୍ବାରତାମାନଙ୍କର ସମଷ୍ଟି 74, ତଥ୍ୟାବଳୀର ମଧ୍ୟମା 36 ହୋଇଥାଏ ତେବେ ଆମକୁ ଜଣା ନଥିବା ଦୁଇ ସଂଭାଗର ବାରାମ୍ବାରତା ସ୍ଥିର କର I
ସଂଭାଗ 1-10 10-20 20-30 30-40 40-50 50-60 60-70 70-80
ବାରାମ୍ବାରତା 2 8 ? 20 12 ? 4 3
15. (5,-3), (3.a), (0,0) ଵିନ୍ଦୁତ୍ରୟ ଦ୍ୱାରା ଗଠିତ ତ୍ରିଭୁଜର କ୍ଷେତ୍ରଫଳ 14.5 ବର୍ଗ ଏକକ ହେଲେ, a ର ମାନ ନିର୍ଣୟ କର I
16. ତ୍ରିଭୁଜ ABC ର ଭରକେନ୍ଦ୍ର ସ୍ଥାନାଙ୍କ (1,1), A(3,-4), B(-4,7) ହେଲେ, C ବିନ୍ଦୁର ସ୍ଥାନାଙ୍କ ସ୍ଥିର କର I
17. C(-1,2) ବିନ୍ଦୁ , A(2,5), B(x,y) ଦ୍ୱୟକୁ ଯୋଗ କରୁଥିବା ରେଖାଖଣ୍ଡକୁ 3:4 ଅନୁପାତରେ ଅନ୍ତର୍ବିଭାଜନ କରୁଛି I x² + y² ର ମୂଲ୍ୟ ନିର୍ଣୟ କର I
0 Comments