advertise

Advertisement

Monetize your website traffic with yX Media

ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ

ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ,ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ



           ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖୁଛନ୍ତି । ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି।

        ଅତିରିକ୍ତ ସଚିବ ଚିଠିରେ ଲେଖୁଛନ୍ତି ଯେ, ସମସ୍ତ ଡିଇଓ, ବିଇଓ ଓ ଡିପିସି ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବେ । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ। ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତୀ ଶ୍ରେଣୀରେ ନାମ ଲେଖା ହେବ । କୌଣସି ଛାତ୍ର ବା ଅଭିଭାବକଙ୍କୁ ନାମଲେଖା ପାଇଁ ସ୍କୁଲକୁ ଡକାଯିବ ନାହିଁ। ସ୍କୁଲ ବଦଳିଲେ ଟେଲିଫୋନ୍‌ରେ ଅନୁମତି ନେଇ ନାମଲେଖା ହେବ। ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲକୁ ଯାଇପାରିବେ ଛାତ୍ରଛାତ୍ରୀ ।

       ଆବଶ୍ୟକସୁଳେ ଏକକାଳୀନ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କୋଭିଡ୍ ଗାଇଡ୍‌ଲାଇନ୍‌ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ସଂଯୋଗ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ଏ ସଂପର୍କରେ ସୂଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।


Post a Comment

2 Comments

  1. Thanks for sharing such a great article and it's helpful for everyone. Great Post!.. Latest posts
    Please visit us Thanks for sharing such a great article and it's helpful for everyone. Great Post!.. Latest posts

    ReplyDelete
  2. Thanks for sharing such a great article and it's helpful for everyone. Great Post!.. Latest posts
    Support me Thanks for sharing such a great article and it's helpful for everyone. Great Post!.. Latest posts

    ReplyDelete