advertise

Advertisement

Monetize your website traffic with yX Media

ଭୌତିକ ବିଜ୍ଞାନ (Important question set for 10th class students ) pre-board/board exam-2021

 


 IMPORTANT QUESTIONS  FOR PRE-BOARD/BOARD EXAM CLASS X

                                               PHYSICAL  SCIENCE

                                              SUBJECTIVE-(PART-2)

                                             



     
 ଭୌତିକ ବିଜ୍ଞାନ

1.    ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

(କ) ଜାରଣ -ବିଜାରଣ ପ୍ରତିକ୍ରିୟା କାହାକୁ କହନ୍ତି ? ଦୁଇଟି ଉଦାହରଣ ଦେଇ ସେଥିରେ ଜାରିତ ଓ ବିଜାରିତ ହେଉଥିବା ପଦାର୍ଥ ମାନଙ୍କର ନାମ ଲେଖ

(ଖ) ସୂଚକୀୟ ରାସାୟନିକ ସମୀକରଣ କ? ଦୁଇଟି ରାସାୟନିକ ପ୍ରତିକ୍ରିୟାର ଉଦାହରଣ ଦେଇ ସେଗୁଡ଼ିକର ଶବ୍ଦ ସମୀକରଣ ଓ ସୂଚକୀୟ ସମୀକରଣ ଲେଖ ।

()ରାସାୟନିକ ସମୀକରଣ କାହାକୁ କହନ୍ତି ? ଏକ ରାସାୟନିକ ସମୀକରଣ ଲେଖିବାର ପ୍ରଣାଳୀଗୁଡ଼ିକ ଲେଖ ।

(ଘ) ତାପ, ଆଲୋକ ଏବଂ ବିଦ୍ୟୁତ୍ ଶକ୍ତି ପ୍ରୟୋଗ ଦ୍ୱାରା ସମ୍ପାଦିତ ହେଉଥିବା ବିଘଟନ ପ୍ରତିକ୍ରିୟାର ଗୋଟିଏ ଲେଖାଏଁ ଉଦାହରଣ ଦିଅ ।

(ଙ)ଦୈତ-ବିସ୍ଥାପନ ପ୍ରତିକ୍ରିୟା କାହାକୁ କହନ୍ତି ? ଗୋଟିଏ ଉଦାହରଣ ଦେଇ ସମୀକରଣ ସହ ବୁଝାଅ

2.    ଅମ୍ଳ , କ୍ଷାରକ ଓ ଲବଣ

(କ) ଖାଇବାସୋଡ଼ାରୁ ଧୋଇବା ସୋଡ଼ା କିପରି ପ୍ରସ୍ତୁତ କରାଯାଏ, ରାସାୟନିକ ସମୀକରଣ ସହ ବୁଝାଅ ଓ ଧୋଇବା ସୋଡ଼ାର ଚାରୋଟି ବ୍ୟବହାର ଲେଖ

(ଖ)ସ୍ପଟିକ ଜଳ ଅଣୁ କ'? ସ୍ପଟିକ ଜଳ ଥୀବ ଚାରୋଟି ଯୌଗିକର ଅଣୁ ସଂକେତ ଲେଖ । ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌କୁ ଏକ ଆର୍ଦ୍ରତା ପ୍ରତିରୋଧ ପାତ୍ରରେ ରଖିବା ଉଚିତ୍ କାହିଁକି ବୁଝାଅ

(ଗ) ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କାହାକୁ କହନ୍ତି ? ଗୋଟିଏ  ଉଦାହରଣ ଦେଇ ସମୀକରଣ ସହ ବୁଝାଅ

(ଘ) ଘ୍ରାଣ ସୂଚକ କ'? 2ଟି ଘ୍ରାଣ ସୂଚକର ଉଦାହରଣ ଦିଅ ।

(ଙ) କ୍ଳୋର୍ ଆଲକାଲି ପ୍ରଣାଳୀ କ? ଏଥୁରେ ଉତ୍ପନ୍ନ ହେଉଥିବା ପ୍ରତ୍ୟେକ ଉତ୍ପାଦର 2ଟି ଲେଖାଏଁ ବ୍ୟବହାର ଲେଖ

3.    ଧାତୁ ଓ ଅଧାତୁ

(କ) ଧାତୁର ଭୌତିକ ଧର୍ମଗୁଡିକ ସଂକ୍ଷେପରେ ବର୍ଣ୍ଣନା କର

(ଖ) ରୋଷ୍ଟିଂ ଓ କାଲସିନେସନ୍ କ'? ରାସାୟନିକ ସମୀକରଣ ସହ ପ୍ରତ୍ୟେକର ଗୋଟିଏ ଲେଖାଏଁ ଉଦାହରଣ ଦିଅ ।

(ଗ) ଧାତୁର ବୈଦ୍ୟୁତିକ ଶୋଧନ କ? ତମ୍ବାର ବୈଦ୍ୟୁତିକ ଶୋଧନ ବର୍ଣ୍ଣନା କର । (ଚିତ୍ର ଅନାବଶ୍ୟକ)

(ଘ) ଧାତୁପିଣ୍ଡର ସମୃଦ୍ଧି କହିଲେ କ? ସକ୍ରିୟତା କ୍ରମର ନିମ୍ନରେ ଥୀବା ଧାତୁଗୁଡ଼ିକ ସେମାନଙ୍କ ଧାତୁପିଣ୍ଡରୁ କିପରି ପୃଥକୁ କରାଯାଏ, 2ଟି ଉଦାହରଣ ନେଇ ସମୀକରଣ ସହ ବୁଝାଅ

(ଙ) "ଅମ୍ଳରାଜ" କ'ଣ ବର୍ଣ୍ଣନା କର ।

4.    କାର୍ବନ ଓ ଏହାର ଯୌଗିକ

(କ) ଆଲକେନ୍, ଆଲକିନ୍ ଓ ଆଲକାଇନ୍ କ'? ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।

(ଖ) ସହ ସଂଯୋଜ୍ୟ ବନ୍ଧ କ'ଣ ଓ ପ୍ରକାର ଭେଦ ଲେଖ । Cl2N2, ଅଣୁର ଗଠନ ବୁଝାଅ

(ଗ) ଅନ୍ୟ ସବୁ ମୌଳିକରୁ ଗଠିତ ଯୌଗିକ ଅପେକ୍ଷା କାର୍ବନର ଯୌଗିକ ସଂଖ୍ୟା ଅଧିକ କାହିଁକି ?

(ଘ) ପୃକ୍ତ ହାଇଡ୍ରୋକାର୍ବନ ଓ ଅପୃକ୍ତ ହାଇଡ୍ରୋକାର୍ବନ ମଧ୍ୟରେ ତିନୋଟି ପାର୍ଥକ୍ୟ ଲେଖ ।

(ଙ) ସିଲିକନର କାଟିନେସନ୍ କାର୍ବନର କାଟିନେସଠାରୁ କିପରି ଭିନ୍ନ ।

5.    ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

(କ) ନିଉଲାଣ୍ଡଙ୍କ ଅଷ୍ଟକ ନିୟମ ଉଦାହରଣ ଦେଇ ବୁଝାଅ । ଏହି ନିୟମର ଯେ କୌଣସି ଦୁଇଟି ଅସୁବିଧା ଉଲ୍ଲେଖ କର।

(ଖ) ମେଣ୍ଟେଲିଫ୍ ଙ୍କ ପର୍ଯ୍ୟାୟ ନିୟମ ଲେଖି ଏହାର ସଫଳତା ଓ ବିଫଳତା ବିଷୟରେ ଆଲୋଚନା କର।

(ଗ) ପର୍ଯ୍ୟାୟସାରଣୀ ଗଠନରେ ପରମାଣୁ କ୍ରମାଙ୍କ, ବସ୍ତୁତ୍ବ ସଂଖ୍ୟା ଅପେକ୍ଷା କାହିଁକି ଅଧୁକ ଉପଯୋଗୀ ହେଲା ଦର୍ଶାଅ ।

(ଘ) ଆଧୁନିକ ପର୍ଯ୍ୟାୟ ସାରଣୀରେ ଏକ ଗ୍ରୁପରେ ଥିବା । ମୌଳିକଗୁଡ଼ିକର ଯୋଜ୍ୟତା, ପରମାଣୁର ଆକାର ଏବଂ ଧାତବ ପ୍ରକୃତି କିଭଳି ଭାବେ ପରିବର୍ଦ୍ଧିତ ହୋଇଥାଏ ପ୍ରତ୍ୟେକରୁ ଉଦାହରଣ ଦେଈ ଆଲୋଚନା କର ।

(ଗ) ଆଧୁନିକ ପର୍ଯ୍ୟାୟ ସାରଣୀର ଦ୍ବିତୀୟ ଗୃପର ପ୍ରଥମ ଦୁଇଟି ମୌଳିକର ନାମ ଓ ଇଲେକଟ୍ରନ୍ ସଂରଚନା ଲେଖ । ଉଦାହରଣ ଦେଇ ଆଲୋଚନା କର ।

6.    ଆଲୋକ - ପ୍ରତିଫଳନ ଓ ପ୍ରତିସରଣ

(କ) ଆଲୋକର ବିକୀର୍ତ୍ତନ ଏବଂ ଆଧୁନିକ କ୍ବାନ୍ଟମ୍ ତତ୍ତ୍ବ କହିଲେ କ'ଣ ବୁଝ ?

(ଖ) 15ସେ.ମି. ସେ.ମି. ଫୋକସ୍ ଦୂରତା ବିଶିଷ୍ଟ ଏକ ଉତ୍ତଳ ଦର୍ପଣଠାରୁ 10 ସେ.ମି. ଦୁଗରେ ଗୋଟିଏ ବସ୍ତୁ ଅଛି ।ଏହାର ପ୍ରତିବିମ୍ବର ସ୍ଥିତି ଓ ପ୍ରକୃତି ନିର୍ଣ୍ଣୟ କର ।

(ଗ) ଗୋଟିଏ ମାଧ୍ୟମର ପରମ ପ୍ରତିସରଣାଙ୍କକୁ ସରଳ ଭାବରେ ସେହି ମାଧ୍ୟମର ପ୍ରତିସରଣାଙ୍କ କୁହାଯାଏ" ଉକ୍ତୀଟିର ଗାଣିତିକ ପରିପ୍ରକାଶ କର।

(ଘ) ଉତ୍ତଳ ଲେନ୍‌ସ ଓ ଅବତଳ ଲେନ୍‌ସ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

(ଙ)ସ୍ନେଲଙ୍କ ପ୍ରତିସରଣ ନିୟମଟି ଉଲ୍ଲେଖ କର । ପରମ ପ୍ରତିସରଣାଙ୍କ କ? ଜଳର ପ୍ରତିସରଣାଙ୍କ 1.33 ର ଅର୍ଥ କ'?

7.      ବିଦ୍ୟୁତ୍

(କ) ଓମ୍ ଙ୍କ ନିୟମ ଲେଖି ଏହାର ଗାଣିତିକ ବ୍ୟାଖ୍ୟା କର ଓ ବିଦ୍ୟୁତ୍ ପ୍ରତିରୋଧର ସଂଜ୍ଞା ସହ ଏହାର ଏକକଟି ଲେଖ ।

(ଖ) ଭୋଲ୍ଟମିଟର ଏବଂ ଏମିଟର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

(ଗ) ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା କହିଲେ କଣ ବୁଝ । ଏହାର ୫ଟି ବ୍ୟବହାରିକ ଉପଯୋଗ ଲେଖ ।

(ଘ) ଗୋଟିଏ ଫୁଜ୍ ତାର ମଧ୍ୟରେ 15 Amp, ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବାରୁ ଏହ। ତରଳି ଗଲା । ଯଦି ଏହାର ପାୱାର 22.5 ୱାଟ୍ ହୁଏ ତେବେ ଫୁଜୁର ପ୍ରତିରୋଧ କେତେ ?

(ଙ) ବିଦ୍ୟୁତ ପାୱାର କହିଲେ କଣ ବୁଝ ? ଏହାର SI ଏକକର ସଂଜ୍ଞା ନିରୂପଣ କର । । ୟୁନିଟ୍‌ ବିଦ୍ୟୁତ୍ ଶକ୍ତି କହିଲେ କ'ଣ ବୁଝ ?

8.    ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

(କ) ବୈଦ୍ୟୁତିକ ମୋଟର କେଉଁ ନିୟମରେ କାର୍ଯ୍ୟ କରେ ? ଏହାର ଗଠନ ଆଲୋଚନା କର । (ଚିତ୍ର ଅନାବଶ୍ୟକ)

(ଖ) ବୈଦ୍ୟୁତିକ ବଳ ଏବଂ ଚୁମ୍ବକୀୟ ବଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

(ଗ) ଗୋଟିଏ ଓ ରେଟିଂର ଗୃହ ବିଦ୍ୟୁତ୍ ପରିପଥରେ ଗୋଟିଏ 2kw ପାୱାର ରେଟିଂର ବିଦ୍ୟୁତ୍ ହିଟରକୁ ଚାଲୁ କଲେ କ'ଣ ହେବ ?

(ଘ) ଚୁମ୍ବକୀୟ କ୍ଷେତ୍ରରେଖା କ? ଏହାର ଧର୍ମଗୁଡ଼ିକ ଆଲୋଚନା କର ।

(ଙ) ବିଦ୍ୟୁତ୍ ଚୁମ୍ବକ ଓ ସ୍ଥାୟୀ ଚୁମ୍ବକ ମଧ୍ୟରେ ତିନୋଟି ପାର୍ଥକ୍ୟ ଲେଖ ।

 

         BEST OF LUCK

 

Post a Comment

0 Comments