advertise

Advertisement

Monetize your website traffic with yX Media

SUBJECTIVE ANSWERS OF PHYSICAL SCIENCE FOR 3RD PRACTICE TEST CLASS 10


 

1.() ଜାରଣ-ବୀଜରଣ ପ୍ରତିକ୍ରିୟା କାହାକୁ କହନ୍ତି ? ଦୁଇଟି ଉଦାହରଣ ଦେଇ ସେଥିରେ ଜାରିତ ବିଜାରିତ ହେଉଥିବା ପଦାର୍ଥମାନଙ୍କର ନାମ ଲେଖ |

.(a) ଯେଉଁ ରାସାୟନିକ ପ୍ରତିକ୍ରିୟା ସମୟରେ ଗୋଟିଏ ପ୍ରତିକାରକ ଜାରିତ ହେଉଥିଲେ ଅନ୍ୟ ପ୍ରତିକାରକଟି  ବିଜାରିତ   ହୁଏ | ସେହି ପ୍ରତିକ୍ରିୟାକୁ ଜାରଣ-ବୀଜାରଣ ପ୍ରତିକ୍ରିୟା ବା ବୀଜାରଣ-ଜାରଣ ପ୍ରତିକ୍ରିୟା କହନ୍ତି | 

(b) ଉଦାହରଣ:-

       ଜିଙ୍କ ଆକ୍ସାଇଡର କାର୍ବନ ସହ ପ୍ରତିକ୍ରିୟା ଫଳରେ ଜିଙ୍କ କାର୍ବନ ମନୋକ୍ସାଇଡ ଉତ୍ପନ୍ନ ହୁଏ |

                               ZnO +C    Zn +CO

ବିଜାରିତ ପଦାର୍ଥ :-ଜିଙ୍କ ଆକ୍ସାଇଡ (ZnO)

ଜାରିତ ପଦାର୍ଥ :- କାର୍ବନ (C)

(iii) MnO2 ଲଘୁ HCL ସହ ପ୍ରତିକ୍ରିୟା ଫଳରେ MnCl2 , H2O Cl2 ଉତ୍ପନ୍ନ ହୋଇଥାଏ |

MnO2 + 4HCl   MnCl2 + 2H2O + Cl2

ବିଜାରିତ ପଦାର୍ଥ :-ମାଙ୍ଗାନିଜ୍ ଡାଇଆକ୍ସାଇଡ (MnO2)

ଜାରିତ ପଦାର୍ଥ :- ହାଇଡ୍ରୋକ୍ଳୋରିକ୍ ଏସିଡ୍ (HCL)

(ଖ) ରୋଷ୍ଟି ଏବଂ କାଲସିନେସନ୍ କ’ଣ ? ରାସାୟନିକ ସମୀକରଣ ସହ ପ୍ରତ୍ୟେକର ଗୋଟିଏ ଲେଖାଏଁ ଉଦାହରଣ ଦିଅ।

 ଉ. (a) ରୋଷ୍ଟି : ସଲଫାଇଡ୍ ଧାତୁପିଣ୍ଡକୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧିକ ପରିମାଣରେ ଉତ୍ତପ୍ତ କରି ଅକସାଇଡରେ ପରିଣତ କରିବା ପ୍ରଣାଳୀକୁ ରୋଷ୍ଟିଙ୍ଗ୍ କୁହାଯାଏ ।

ଉଦାହରଣ :- ଜିଙ୍କ୍ ସଲଫାଇଡ୍ (ZnS) କୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଉତ୍ତପ୍ତ କଲେ, ଜିକ ଅକସାଇଡରେ ପରିଣତ ହୁଏ ।

2Zns (s) + 3O2 (g)   2Zno (s) + 2SO2(g) 

(b) କାଲସିନେସନ୍ : ସୀମିତ ପରିମାଣ ବାୟୁର ଜପସ୍ଥିତିରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍ସାଇଡ୍‌ରେ ପରିଣତ କରିବା ପ୍ରଣାଳୀକୁ କାଲସିନେସନ୍ କୁହାଯାଏ।

ଉଦାହରଣ :- କାଇସିନେସନ୍ ପ୍ରଣାଳୀରେ କାର୍ବୋନେଟ୍ ଧାତୁପିଣ୍ଡରୁ ଜିଜ୍ ଅସାଇଜ୍ ମିଳେ ।
ଅଣୁ ଗଠନ କରେ ।
ZnCO3(s)
Zno (s) + CO2(g)

(ଗ) ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କାହାକୁ କହନ୍ତି ? ଗୋଟିଏ ଉଦାହରଣ ଦେଇ ସମୀକରଣ ସହ ବୁଝାଅ ।
ଉ. (a) ଗୋଟିଏ ଅମ୍ଳ ଓ ଗୋଟିଏ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଏବଂ ଜଳ ଉତ୍ପନ୍ନ ହୁଏ । ଏହି ରାସାୟନିକ ପ୍ରତିକ୍ରିୟାକୁ ପ୍ରଶମନୀକରଣ ପ୍ରତିକ୍ରିୟା କୁହାଯାଏ ।

(b)ଉଦାହରଣ : ଲଘୁ ହାଇଡ୍ରୋକ୍ଲୋରିକ୍ ଅମ୍ଳର ଲଘୁ ସୋଡିୟମ୍ ହାଇଡ୍ରୋକସାଇଡ୍ ସହ ପ୍ରତିକ୍ରିୟା ହୋଇ ସୋଡିୟମ୍ କ୍ଳୋରାଇଡ୍ ଓ ଜଳ ଉତ୍ପନ୍ନ ହୁଏ । 

NaOH(aq) + HCI(aq)   NaCl (aq) + H2O(1)

                       କିମ୍ବା

(କ) ସହ ସଂଯୋଜ୍ୟ ବନ୍ଧ କ'ଣ ଓ ପ୍ରକାର ଭେଦ ଲେଖ। Cl2 ଓ N2 ଅଣୁର ଗଠନ ବୁଝାଅ ।

ଉ.(a) ପରମାଣୁ-ପରମାଣୁ ମଧରେ ଇଲେକ୍ଟ୍ରନ ଯୁଗଳର ସହଭାଜନ ଦ୍ବାରା ଗଠିତ ହେଉଥିବା ବନ୍ଧକୁ ସହ ସଂଯୋଜ୍ୟ ବନ୍ଧ କହନ୍ତି । ଏହା 3 ପ୍ରକାରର - ଏକ-ବନ୍ଧ, ଦି-ବନ୍ଧ ଓ ତ୍ରି-ବନ୍ଧ ।

(b) CI2 ଅଣୁ ଗଠନ :- CI ର ପରମାଣୁ କ୍ରମାଙ୍କ 17 । ଇଲେକ୍ଟ୍ରନ ସଂରଚନା 2, 8, 7। ଅକ୍ଟେଟ୍ ପ୍ରକାଶ କରିବାକୁ ଦୁଇଟି ପରମାଣୁ ବାହ୍ୟତମ କକ୍ଷରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରନ ସହଭାଜନ କରି ଏକ-ବନ୍ଧ ଗଠନ କରନ୍ତି ।

CL - CI

(c)N, ଅଣୁର ଗଠନ :- N ର ପରମାଣୁ କ୍ରମାଙ୍କ 7, ଇଲେକ୍ଟ୍ରନ ସଂରଚନା 2,5। ଦୁଇଟି ନାଇଟ୍ରୋଜେନ ପରମାଣୁ ବାହ୍ୟତମ କକ୍ଷରୁ ପ୍ରତ୍ୟେକ 3ଟି ଲେଖାଏଁ ଇଲେକ୍ଟ୍ରନ ସହଭାଜନ କରି ଏକ ତ୍ରି-ବନ୍ଧ ଗଠନ କରନ୍ତି ।

 N = N

(ଖ)ମେଣ୍ଡେଲିଫଙ୍କ ପର୍ଯ୍ୟାୟ ନିୟମ ଲେଖି ଏହାର ସଫଳତା ଓ ବିଫଳତା ବିଷୟରେ ଆଲୋଚନା କର ।

ଉ. (a) ମେଣ୍ଡେଲିଫଙ୍କ ପର୍ଯ୍ୟାୟ ସାରଣୀର ନିୟମ ମୌଳିକଗୁଡ଼ିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ଵର ପର୍ଯ୍ୟାୟ ଫଳନ ।

ସଫଳତା :-

(b) ମେଣ୍ଡେଲିଫଙ୍କପର୍ଯ୍ୟାୟ ସାରଣୀରେ କେତେକ ସାମାନ୍ୟ ଅଧିକ ବସ୍ତୁତ୍ଵର ମୌଳିକକୁ ଏହାଠାରୁ କମ୍ ପାରମାଣବିକ ବସ୍ତୁତ୍ଵର ମୌଳିକ ପୂର୍ବରୁ ସ୍ଥାନିତ କରାଯାଇଥିଲା । ଏହାଦ୍ୱାରା ସମଧର୍ମୀ ମୌଳିକଗୁଡ଼ିକ ଏକ ଶ୍ରେଣୀବଦ୍ଧ ହୋଇପାରିଥିଲେ।

(c) ପର୍ଯ୍ୟାୟ ସାରଣୀରେ ଥିବା ଖାଲି ସ୍ଥାନରେ ନୂତନ ଆବିଷ୍କୃତ ମୌଳିକ ସ୍ଥାନ ପାଇବ ବୋଲି ଭବିଷ୍ୟବାଣୀ କରିଥିଲେ । ସେହି ମୌଳିକଗୁଡ଼ିକୁ କ୍ତ ଗ୍ରୁପର ପୂର୍ବବର୍ତ୍ତୀ ମୌଳିକର ନାମ ପୂର୍ବରୁ ‘ଏକ’ ଯୋଗକରି ନାମିତ କରିଥିଲେ ।

(d) ନିଷ୍କ୍ରିୟ ଗ୍ୟାସଗୁଡ଼ିକ ବହୁ ବିଳମ୍ବରେ ଆବିଷ୍କୃତ ହେଲେ ମଧ୍ୟ ଏଗୁଡ଼ିକୁ ଏହି ସାରଣୀର ଏକ ନୂଆ ଗ୍ରୁପରେ ରଖାଯାଇପାରିଲା।

ବିଫଳତା :-

(e) ଆଇସୋଟୋପଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନଥିଲା ।

(f) ହାଇଡ୍ରୋଜେନକୁ ପର୍ଯ୍ୟାୟ ସାରଣୀରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇ ପାରିନଥିଲା ।

(ଗ) ଘ୍ରାଣ ସୁଚକ କ’ଣ ? 2ଟି ଘ୍ରାଣ ସୂଚକର ଉଦାହରଣ ଦିଅ ।

ଉ. (a) ଘ୍ରାଣ ସୂଚକ : କେତେକ ପଦାର୍ଥ ଅଛି, ଯେଉଁ ଗୁଡ଼ିକର ଅମ୍ଳିୟ ଓ କ୍ଷାରୀୟ ମାଧମରେ ଗନ୍ଧର ପରିବତ୍ତନ
ହୋଇଥାଏ। ସେଗୁଡ଼ିକୁ ଘାଣ-ସୂଚକ କୁହାଯାଏ।

(b) ଲବଙ୍ଗ ତେଲ ଓ ଭାନିଲା ;
ଲବଙ୍ଗ ତେଲର ଗନ୍ଧ କ୍ଷାରକରେ ରହିବ ନାହିଁ ଓ
ଅମ୍ଳରେ ରହିବ ।
ଭାନିଲାର ଗନ୍ଧ କ୍ଷାରକରେ ରହିବ ନାହିଁ ଓ
ଅମ୍ଳରେ ରହିବ ।

2.(କ) ବର୍ତ୍ତୁଳାକାର ଦର୍ପଣରେ ପ୍ରତିବିମ୍ବ ଗଠନକୁ ଦୁଇଟି ରଶ୍ମି ଦ୍ଵାରା ବୁଝିବା ପାଇଁ ପରିପ୍ରକାଶ କିପରି କରାଯାଏ ବୁଝାଅ ।

ଉ. (a) ମୁଖ୍ୟ ଅକ୍ଷ ସହିତ ସମାନ୍ତର ଥିବା ଗୋଟିଏ ରଶ୍ମି ଅବତଳ ଦର୍ପଣ ଉପରେ ଆପତିତ ହେଲେ, ପ୍ରତିଫଳିତ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ବିନ୍ଦୁ ଦେଇ ଗତି କରେ, ଯଦି ଦର୍ପଣ ଉତ୍ତଳ ହୋଇଥାଏ ତାହା ଫୋକସ୍ ବିନ୍ଦୁଠାରୁ ଅପସାରିତ ହେଲା ପରି ଜଣାପଡ଼େ।
(b) ଅବତଳ ଦର୍ପଣ କ୍ଷେତ୍ରରେ ଗୋଟିଏ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ଦେଇ ଗତି କରି ଦର୍ପଣ ଉପରେ ଆପତିତ ହେଲେ, ତାହା ପ୍ରତିଫଳିତ ହୋଇ ଦର୍ପଣର ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ଗତି କରେ। ଉତ୍ତଳ ଦର୍ପଣ କ୍ଷେତ୍ରରେ ଗୋଟିଏ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ଆଡ଼କୁ ଗତି କରୁଥିଲେ, ତାହା ଦର୍ପଣ ପୃଷ୍ଠକୁ ପ୍ରତିଫଳିତ ହେଲାପରେ, ଦର୍ପଣର ପ୍ରମୁଖ ଅକ୍ଷ ସହ ସମାନ୍ତର ହୋଇ ଗତି କରେ।
(C) ଗୋଟିଏ ରଶ୍ମି ଅବତଳ ଦର୍ପଣର ବକ୍ରତା କେନ୍ଦ୍ର ଦେଇ ଗତି କରୁଥିଲେ କିମ୍ବା
ଉତ୍ତଳ ଦର୍ପଣର ବକ୍ରତା କେନ୍ଦ୍ର ଆଡ଼କୁ ତାର ଦିଗ ନିର୍ଦ୍ଦେଶିତ ହୋଇଥିଲେ, ଦର୍ପଣ ପୃଷ୍ଠରୁ ପ୍ରତିଫଳନ ପରେ, ତାହା ଯେଉଁ ପଥ ଦେଇ ଆସିଥାଏ ସେହି ପଥ ଦେଇ ଫେରିଯାଏ। ଆପତିତ ରଶ୍ମି ଦର୍ପଣର ପୃଷ୍କ ଉପରେ ପ୍ରତିଫଳନ ପୃଷ୍ଠର ଲମ୍ବ ଦିଗରେ ପଡ଼ିଲେ, ସେହି ରଶ୍ମି ଯେଉଁ ଦିଗରୁ ଆସିଥାଏ, ସେହି ଦିଗରେ ଫେରିଯାଏ ।
(d) ଗୋଟିଏ ରଶ୍ମି ପ୍ରମୁଖ ଅକ୍ଷ ପ୍ରତି ତୀର୍ଯକ ଭାବରେ ଗୋଟିଏ ଅବତଳ ବା ଉତ୍ତଳ ଦର୍ପଣ ପୃଷ୍ଠରେ ପୋଲ ବିନ୍ଦୁ ନିକଟରେ ଆପତିତ ହେଲେ, ତାହା
ତୀର୍ଯକ ଭାବରେ ପ୍ରତିଫଳିତ ହୁଏ । ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳନ ନିୟମ ପାଳିତ ହୁଏ ।

() ବୈଦ୍ୟୁତିକ ଉପକରଣ ଗୁଡ଼ିକର ଫକ୍ତି ସଂଯୋଗରେ ଥିବା ତିନୋଟି ଅସୁବିଧା ଲେଖ । 

ଉ.(a) ଫକ୍ତି ସଂଯୋଗରେ ପରିପଥରେ ସଂଯୁକ୍ତ ପ୍ରତ୍ୟେକ ଉପକରଣରେ ସେମାନଙ୍କ ପ୍ରତିରୋଧ ଅନୁଯାୟୀ ଭୋଲଟେଜ୍ ବିଭାଜିତ ହୁଏ । ଫଳରେ ପ୍ରତ୍ୟେକ ଉପକରଣ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଭୋଲଟେଜ୍ ପାଇ ନଥାନ୍ତି ।

(b) ପରିପଥରେ ସଂଯୁକ୍ତ ଗୋଟିଏ ଉପକରଣ ଅଚଳ ହେଲେ ପରିପଥଟି ସଂପୂର୍ଣ୍ଣ ଅଚଳ ହୋଇଯାଏ ।

 (c) ପରିପଥରେ କୌଣସି ଉପକରଣକୁ ସ୍ବତନ୍ତ୍ର ଭାବରେ ବ୍ୟବହାର କରାଯାଇପାରିବ ନାହିଁ ।
                                        କିମ୍ବା

 (କ) ଜୁଲଙ୍କ ତାପନ ନିୟମ ଦର୍ଶାଇବା ପାଇଁ ଏକ ସୂତ୍ରର ନିଗମନ କରି ତାପନ କ୍ଷମତା କ’ଣ ଲେଖ ।

 ଉ. (a) ଏହି ନିୟମ ଅନୁଯାୟୀ ଏକ ପରିପଥରେ ପ୍ରତିରୋଧ 'R' ର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର (V), ପ୍ରବାହିତ ବିଦ୍ୟୁତ୍ ସ୍ରୋତ (I), t ସମୟ ମଧ୍ୟରେ Q ପରିମାଣର ଚାର୍ଜ ପ୍ରବାହିତ ହେଲେ,            
                                  I=Q/t

(b)'t’ ସମୟ ମଧ୍ୟରେ ସମ୍ପାଦିତ କାର୍ଯ୍ୟ ବା ବ୍ୟୟିତ ଶକ୍ତି,W = VQ, ଏବଂ ଏକକ ସମୟ ମଧ୍ୟରେ ପରିପଥକୁଆସୁଥିବା ଶକ୍ତି ବା ପାୱାର P = W/t = VQ /t = VI

(c) 't' ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି Pt = VI, ଏହି ଶକ୍ତି ପ୍ରତିରୋଧରେ ତାପଶକ୍ତିକୁ ରୂପାନ୍ତରିତ ହୁଏ । ତେଣୁ, ତାପ (H) = VIt = IR x It [ V = IR] = I2Rt

no (s) + 2SO2(g) 

(b) କାଲସିନେସନ୍ : ସୀମିତ ପରିମାଣ ବାୟୁର ଜପସ୍ଥିତିରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍ସାଇଡ୍‌ରେ ପରିଣତ କରିବା ପ୍ରଣାଳୀକୁ କାଲସିନେସନ୍ କୁହାଯାଏ।

ଉଦାହରଣ :- କାଇସିନେସନ୍ ପ୍ରଣାଳୀରେ କାର୍ବୋନେଟ୍ ଧାତୁପିଣ୍ଡରୁ ଜିଜ୍ ଅସାଇଜ୍ ମିଳେ ।
ଅଣୁ ଗଠନ କରେ ।
ZnCO3(s)
Zno (s) + CO2(g)

(ଖ) ବୈଦ୍ୟୁତିକ ବଳ ଏବଂ ଚୁମ୍ବକୀୟ ବଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

ଉ. (a) ବୈଦ୍ୟୁତିକ ବଳ ଏକ ସ୍ଥିରାବସ୍ଥା କିମ୍ବା ଗତିଶୀଳ ଅବାସ୍ଥାରେ ଥିବା ଚାର୍ଜିତ କଣିକା ଉପରେ କ୍ରିୟାଶୀଳ ହୋଇଥାଏ, କିନ୍ତୁ  ଚୁମ୍ବକୀୟ ବଳରେ ଚାର୍ଜିତ କଣିକା ଚୁମ୍ବକୀୟ କ୍ଷେତ୍ରରେ ଗତିଶୀଳ ହେବା ବେଳେ ଚୁମ୍ବକୀୟ ବଳ କ୍ରିୟାଶୀଳ ହୁଏ।
(b) ବୈଦ୍ୟୁତିକ ବଳ କ୍ଷେତ୍ରରେ ଏହା ବୈଦ୍ୟୁତିକ ରେଖାଗୁଡ଼ିକ ପ୍ରତି ସମାନ୍ତର
କିମ୍ବା ଅସମାନ୍ତର ହୋଇଥିବାବେଳେ ଚୁମ୍ବକୀୟ ବଳ କ୍ଷେତ୍ର ରେ ଏହା ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ପ୍ରତି ଲମ୍ବ ହୋଇଥାଏ ।
(c) ବୈଦ୍ୟୁତିକ ବଳର ପରିମାଣ ଚୁମ୍ବକୀୟ ବଳ ତୁଳନାରେ ଅତି ଅଧିକ କିନ୍ତୁ ଚୁମ୍ବକୀୟ ବଳର ପରିମାଣ ବୈଦ୍ୟୁତିକ ବଳ ତୁଳନାରେ ଖୁବ୍ କମ୍ ଅଟେ । 

Post a Comment

1 Comments