4TH PRACTICE TEST FOR CLASS 10
SUBJECTIVE
ANSWER OF FLO(ସାହିତ୍ୟ)
୧.(କ) ମନୁଷ୍ୟକୁ ବହୁ
ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ'ଣ ?
ଉତ୍ତର - ବିଂଶ ଶତାବ୍ଦୀର ଉତ୍କଳ ଗଦ୍ୟସାହିତ୍ୟ ଯେଉଁ ଲେଖକଗଣଙ୍କର
ସମୃଦ୍ଧ ତଥା ସାରସ୍ଵତ ଲେଖନୀରେ ଋଦ୍ଧିମନ୍ତ, ସେମାନଙ୍କ ମଧ୍ୟରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
ଅବିସ୍ମରଣୀୟ । ଜଣେ ବିଶିଷ୍ଟ ସାହିତ୍ୟିକ, ଉନ୍ନତ ଗବେଷକ ତଥା ପ୍ରଖ୍ୟାତ ଐତିହାସିକ ରୂପେ ସେ
ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ । ସାହିତ୍ୟ ସାଧକରେ ଚିତ୍ତ ତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କର
ଲେଖନୀ ଯେଭଳି ବାସ୍ତବଧର୍ମୀ ସେହିଭଳି ପ୍ରାଣସ୍ପର୍ଶୀ ‘ ଜନ୍ମଭୂମି’ ପ୍ରବନ୍ଧଟି ତାଙ୍କ ‘ ପ୍ରବନ୍ଧମାନସ
ପୁସ୍ତକରୁ ଗୃହୀତ । ପଠିତାଂଶଟିରେ ପ୍ରାବନ୍ଧିକ ଶିକ୍ଷିତ ମନୁଷ୍ୟ ଚରିତ୍ରର ଗତାନୁଗତିକତାର
ଚିତ୍ର ଅଙ୍କନ କରିଛନ୍ତି ।
ପ୍ରାବନ୍ଧିକଙ୍କ ଭାଷାରେ “ ମନୁଷ୍ୟକୁ ବେଳେ
ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ; ସେହି ବହୁ ପରିମାଣରେ ଗତାନୁଗତିକତାର ଦାସ ” । ମନୁଷ୍ୟ ଏକ
ଯୁକ୍ତବାଦୀ ଜୀବ, ବିନା ଯୁକ୍ତି ବା
ତର୍କରେ ସେ କୌଣସି କଥା ଗ୍ରହଣ କରେ ନାହିଁ । ପରନ୍ତୁ ସେ ସାଜେ ପରମ୍ପରାର ଦାସ – ଏହା ହିଁ ବିଧୂର
ବିଡ଼ମ୍ବନା ଗତାନୁଗତିକତାର ଅନ୍ଧାନୁସର ମଧ୍ୟରେ ସେ ନିଜର ବ୍ୟକ୍ତିତ୍ଵକୁ ନିର୍ବିକାରେ ବଳିଦିଏ
। ନିଜ ମା' ତଥାକଥ୍ତ ଶିକ୍ଷିତ ଶ୍ରେଣୀର
ଧର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ଯାହା ଚଳିଆସୁଛି, ତାହାକୁ ହିଁ ଜଣେ
ଶିକ୍ଷିତ ଶ୍ରେଣୀ ଅଭିଜାତ୍ୟର ଚିହ୍ନ ରୂପେ ଗ୍ରହଣ କରି ତା’ର ଦାସରୂପେ
ଦଣ୍ଡାୟମାନ ହୋଇଛି । କାମ-କ୍ଳେଶ ସହିବାର କ୍ଷମତା ଥିଲେ ମଧ୍ୟ ଶିକ୍ଷିତ ମଣିଷ ତାଙ୍କୁ ସହ୍ୟ
କରିଥାଏ । ସେ ପରମ୍ପରାକୁ ସମ୍ମାନଦେବା ଏକାନ୍ତ ଜରୁରୀ ଏହା ବିଚାର କରିବା ଆବଶ୍ୟକ ।
ଏଣୁ ମଣିଷର ପରମ୍ପରାରେ ସମାଜ ରହିଛି, ନୀତି ରହିଛି
ନୈତିକତା ରହିଛି ଧର୍ମଧାରଣା ରହିଛି ସମାଜିକ ସତ୍ୟକୁ ଅସ୍ବୀକାର କରିବା ଅର୍ଥ ପରମ୍ପରାକୁ
ଅସ୍ୱୀକାର କରିବା, ଏଥିପାଇଁ ଶିକ୍ଷିତ
ମାନବ ତା’ର ସାମାଜିକ ନୀତି
ରୀତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ଦେବା ସମାଚୀନ ବୋଧ ହୋଇଥାଏ ।
କିମ୍ବା
1.(କ) ବିବେକାନନ୍ଦଙ୍କର ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଓ
ପରିଣତି ଆଲୋଚନା କର ।
ଊ– ଆଧୁନିକ ଓଡ଼ିଆ ସାହିତ୍ୟାକାଶରେ ସାହିତ୍ୟିକ ଶରତ କୁମାର ମହାନ୍ତି
ଜଣେ ସ୍ବନାମଧନ୍ୟ ବିଚକ୍ଷଣ ପ୍ରାବନ୍ଧିକ ଭାବରେ ସର୍ବଜନବିଦିତ । ତାଙ୍କ ପ୍ରଣୀତ ‘ଆକାଶର ଆହ୍ବାନ’, ‘ବିଜ୍ଞାନ ଦିଗନ୍ତ’, ‘ଗ୍ରୀକ୍ ଜାତିର
ଜୀବନଗାଥା ' ଆଦି ଜୀବନଧର୍ମୀ
ପ୍ରବନ୍ଧ ଓଡ଼ିଆ ସାହିତ୍ୟ ଅଭିବୃଦ୍ଧି କରିବାରେ ସହାୟକ ହୋଇଛି ।
‘ଛତ୍ରପତି
ବିବେକାନନ୍ଦ’ ପୁସ୍ତକରୁ ସଂଗୃହୀତ
‘ନରେନ୍ରୁ
ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରୁ
ପ୍ରାବନ୍ଧିକ ବିବେକାନନ୍ଦଙ୍କ ଭାରତ ଭ୍ରମଣର ଉଦ୍ଦେଶ୍ୟ ତଥା ପରିଣତି ସମ୍ପର୍କରେ ଆଲୋଚନା
କରିଛନ୍ତି ।
ବିବେକାନନ୍ଦ ଥିଲେ ତତ୍କାଳୀନ ଭାରତବର୍ଷର ଶ୍ରେଷ୍ଠ ଆଧ୍ୟାତ୍ମିକ
ଗୁରୁ ଶ୍ରୀରାମକୃଷ୍ଣଙ୍କ ପଟ୍ଟଶିଷ୍ୟ । ସେ ତାଙ୍କ ଗୁରୁଙ୍କଠାରୁ ଜୀବନର କର୍ମ ଓ ଉଦ୍ଦେଶ୍ୟ
ସମ୍ପର୍କରେ ଲାଭ କରିଥିଲେ ସଠିକ୍ ଦିଗ୍ଦର୍ଶନ । ସେ ଧ୍ୟାନ, ଧାରଣା ପ୍ରଭୃତି
ଇହଲୋକ ବିମୁଖ ସନ୍ନ୍ୟାସୀର ଆଦର୍ଶ ପରିହାର କରି ତେଜହୀନ, ଉଦ୍ୟମହୀନ, ଉତ୍ଥାନ
ଶକ୍ତିରହିତ ଭାରତବର୍ଷର ଅଭ୍ୟୁତ୍ଥାନ ନିମନ୍ତେ ସଂଗ୍ରାମ କରିବାକୁ ନିଷ୍ପତ୍ତି ନେଲେ ଏବଂ ‘ମନୁଷ୍ୟର ସେବା ହିଁ
ଈଶ୍ୱର ସେବା – ଏହି ଭାରତୀୟ
ଦର୍ଶନରେ ଉଦ୍ବୁଦ୍ଧ ହୋଇ ବିଶାଳ, ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନାର୍ଥେ
ସେବାବ୍ରତକୁ ଆଦରି ନେଲେ ।
ଇହଧାନ ତ୍ୟାଗ କରିବା ପୂର୍ବରୁ ଜଗତର କଲ୍ୟାଣ କରିବାକୁ ନିର୍ଦ୍ଦେଶ
ଦେଇ ଗୁରୁ ଶ୍ରୀରାମକୃଷ୍ଣ ବିଦାୟ ନେଇଥିଲେ । ଜଗତର କଲ୍ୟାଣ ନିମନ୍ତେ ଜଗତର ସ୍ବରୂପକୁ ଭଲଭାବେ
ଦେଖିବା ପାଇଁ ବିବେକାନନ୍ଦ ପ୍ରଥମେ ୧୮୮୬ ମସିହାରେ ଏବଂ ତା’ର ଦୁଇବର୍ଷ ପରେ
ଦ୍ଵିତୀୟଥର ଭାରତ ଭ୍ରମଣରେ ଯାଇଥିଲେ । ଏହି ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସେ ଦେଖୁଥିବା ସମାଜର
କୁଢ଼ କୁଢ଼ ଆବର୍ଜନାକୁ ଦୂର କରିବାର ବ୍ୟାକୁଳତା ତା’ଙ୍କୁ ଶାନ୍ତିରେ
ରଖାଇଦେଇ ନଥିଲା । ପରିଶେଷରେ ଦେଶକୁ ଭଲଭାବରେ ତନଖ୍ ନେବାପାଇଁ ପାଦରେ ଚାଲି ଚାଲି ସାରା
ଭାରତବର୍ଷ ଭ୍ରମଣ କରିଥିଲେ ।
ସେ ବରାହନଗର ତ୍ୟାଗ କଲାବେଳେ ଗୁରୁଭାଇମାନଙ୍କୁ କହିଥିଲେ, ‘‘ଯେତେଦିନ
ସ୍ପର୍ଶମାତ୍ରକେ ଅପରର ଜୀବନ ପରିବରିତ କରିବାପରି ଶକ୍ତି ଅର୍ଜନ ନ କରିପାରିବି ସେତେଦିନ ଯାଏ
ଫେରବି ନାହିଁ ।’’ପୁନଶ୍ଚ କାଶୀଠାରେ
ତାଙ୍କ ଭକ୍ତଙ୍କଠାରୁ ବିଦାୟ ନେବାବେଳେ କହିଥିଲେ, 'ମୁଁ ଯାଉଛି, ଯେତେଦିନ ଏହି ଗଳିତ
ସମାଜ ଉପରେ ବୋମା ପରି ଫାଟି ନ ପଡ଼ିଛି, ସେତେଦିନ ଯାଏ ମୁଁ ଆଉ ଫେରିବି ନାହିଁ ।
ପ୍ରତିଜ୍ଞାସାର୍ଥକ ବିବେକାନନ୍ଦ ସାରାଭାରତ ଭ୍ରମଣ କରି ଧନୀ, ଦରିଦ୍ର, ଉଚ୍ଚ, ନୀଚ ସବୁଜାତିର ଓ
ସବୁଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସି ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହେଲା
। ଦିନକୁ ମୁଠାଏ ଭାତ ପାଉନଥିବା ଭୋକିଲା ଲୋକଙ୍କୁ ଦେଖ୍ ତାଙ୍କ ହୃଦୟ ହାହାକାର କରିଉଠିଲା ।
ସାରା ଦେଶରେ ଅଗଣିତ ବୁଭୁକ୍ଷୁ ଜନତାଙ୍କୁ ଦେଖ୍ ସେ ଏକ ନୂତନ ଜ୍ଞାନ ଲାଭକଲେ– ‘ଭୋକିଲା ପେଟରେ
ଧର୍ମ ଅନାବଶ୍ୟକ ।’’
ତେଣୁ ସେ ଦରିଦ୍ର ନାରାୟଣଙ୍କ ସେବାକୁ ସନ୍ନ୍ୟାସୀର ଯଥାର୍ଥ ବ୍ରତ
ବୋଲି ବିବେଚନା କରି ଦାରିଦ୍ର୍ୟଦାନବ ବିରୋଧରେ ଯୁଦ୍ଧ – ଘୋଷଣା କଲେ ।
ମଣିଷକୁ ନ ବଦଳାଇ ପୁରୁଣା ସମାଜକୁ ଭାଙ୍ଗି ନୂତନ ସମାଜ ଗଠନ ଅସମ୍ଭବ
ବୋଲି ବିବେଚନା କରି ସେ ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ
କରିବାକୁ ଚେଷ୍ଟା କରିଥିଲେ । ଏହି ନିଃସ୍ୱ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସୁଥିବା ଧନୀ, ଦରିଦ୍ର, ମୂର୍ଖ, ପଣ୍ଡିତ ନିର୍ବିଶେଷରେ
ସମସ୍ତଙ୍କର ବଞ୍ଚାର ଢଙ୍ଗ ବଦଳି ଯାଉଥିଲା । କିଛି ପାଇବା ପରିବର୍ତ୍ତେ ଦେବାପାଇଁ ସେମାନେ ଆଗଭର
ହେଉଥିଲେ । ଧନୀ ରାଜା ମହାରାଜା, ବଡ଼ ବଡ଼ ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ସାଧାରଣ
ଜନତା ମଧ୍ୟରେ ଥିବା ତାଙ୍କ ଗତମାନେ ସେହି ଛଦ୍ମବେଶୀ ଛତ୍ରପତିଙ୍କଠାରୁ କି ଏକ ରହସ୍ୟମୟ ଇସାରା
ପାଇ ଆଦେଶକୁ ଅପେକ୍ଷା କରି ରହିଥିଲେ । ସଫଳ ହୋଇଥିଲା ବିବେକାନନ୍ଦଙ୍କ ଭାରତଭ୍ରମଣର ଉଦ୍ଦେଶ୍ୟ
ଓ ପରିଣତି
(ଖ) ଲଙ୍କାଯାତ୍ରା
ନିମନ୍ତେ ରାଘବଙ୍କର ପ୍ରୟାସ ବର୍ଣ୍ଣନା କର ।
ଊ. କାବ୍ୟ ସାହିତ୍ୟର ମଉଡ଼ମଣି କବିସମ୍ରାଟ ଉପେନ୍ଦ୍ରଭଞ୍ଜ କେବଳ ଜଣେ
ସାହିତ୍ୟର ସମ୍ରାଟ ନୁହଁନ୍ତି, ପ୍ରତ୍ୟେକ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ହୃଦୟସିଂହାସନର ସମ୍ରାଟ
ଅଟନ୍ତି ଓଡ଼ିଆ ଭାଷାରେ ଅପୂର୍ବ ଶବ୍ଦଯୋଜନା, ଅର୍ଥର ଗୌରବ ପ୍ରତିପାଦନ ଓ ଅଳଙ୍କାରମଣ୍ଡିତ କରି ଭାଷା
ସାହିତ୍ୟର ସନ୍ଧିକ୍ଷଣରେ ବେଶ୍ ପ୍ରଭାବଶାଳୀ ହୋଇପାରିଥିଲେ । ତାଙ୍କର ଶ୍ରେଷ୍ଠ କୃତି “ ବୈଦେହୀଶ
ବିଳାସ" ଏକ ଅସାଧାରଣ ସୃଷ୍ଟି । ‘ବ’ ଆଦ୍ୟ ନିୟମରେ ରଚିତ ଉକ୍ତ କାବ୍ୟଟି କବିଙ୍କର ବଳିଷ୍ଠ
କାବ୍ୟକ ପ୍ରତିଭାର ପରିଚୟ ପ୍ରଦାନ କରେ । “ ବୈଦେହୀଶ ବିଳାସ” କାବ୍ୟର ଚାଳିଶ
ଛାନ୍ଦରୁ “ ରାଘବଙ୍କ
ଲଙ୍କାଯାତ୍ରାନୁକୂଳ'
ଆନୀତ । ମର୍ଯ୍ୟାଦାପୁରୁଷ
ଶ୍ରୀରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଉଦ୍ଧାର କରିବାପାଇଁ କିପରି ଲଙ୍କାଯାତ୍ରାନୁକୂଳ କରିଛନ୍ତି, ତାହାର ସୁନ୍ଦର
ଚିତ୍ର କବିତାରେ ପ୍ରଦର ହୋଇଛି ।
ଲଙ୍କାଧୂପତି ରାବଣ ସୀତାଙ୍କୁ ଅପହରଣ କରି ଅଶୋକ ବନରେ । ବନ୍ଦୀକରି
ରଖୁବା କଥା ହନୁମାନଙ୍କଠାରୁ ଜାଣିବା ପରେ, ଲଙ୍କାଯାଇ ସୀତାଙ୍କୁ ଉଦ୍ଧାର କରିବାର ଇଚ୍ଛା ପ୍ରକଟ
ହେଲା ଶ୍ରୀରାମଙ୍କ ମନରେ । ଯାତ୍ରାପଥରେ ପ୍ରତିବନ୍ଧକ ଥୁଲା ସିନ୍ଧୁ ଅନୁଗତବର୍ଗଙ୍କ ସହିତ
ବିଚାର ବିମର୍ଷ ଓ ଅନୁଶୀଳନ ପରେ ପଥର ପକାଇ ବନ୍ଧ ନିର୍ମାଣ କରିବାକୁ ପ୍ରୟାସ କରାଗଲା ।
ଯେତେସବୁ ପଥର ପାଣିରେ ପଡ଼ିଲା ସବୁ ବୁଡ଼ିଗଲା । ବିସ୍ମିତ ହେଲେ ରାଘବ ଜଳାଧୁରାଜ ବରୁଣଙ୍କ
ବିନା ଅନୁମତିରେ ତାଙ୍କ ସମ୍ପତ୍ତି ଉପରେ ହସ୍ତକ୍ଷେପ କରିବାରୁ ବନ୍ଧ ନିର୍ମାଣ ବିଫଳ ହେଲା ।
ଶ୍ରୀରାମ, ବରୁଣଙ୍କୁ ପ୍ରସନ୍ନ କରିବାପାଇଁ ଉପବାସ ରହି
କୁଶଶଯ୍ୟାରେ ଶୟନ କଲେ I କବିଙ୍କ ଭାଷାରେ –
* ବିସୁଇ ନିଃଶ୍ବାସ
ତେଜି ବରୁଣ ପ୍ରସନ୍ନେ ବିନାଶନରେ ଶୟନ ସେ ଦର୍ଶଶୟନେ ଯେ ।”
ରାମଚନ୍ଦ୍ରଙ୍କର ଭକ୍ତି, ଉପାସନାରେ ବରୁଣ
ପ୍ରସନ୍ନ ହୋଇ ସେତୁବନ୍ଧ ନିର୍ମାଣର କୌଶଳ ବତାଇଲେ । ରାମଚନ୍ଦ୍ର ପ୍ରସନ୍ନ ଚିତ୍ତରେ କୁଶଶଯ୍ୟା
ତ୍ୟାଗକରି, କପିସେନାମାନଙ୍କ
ସହାୟତାରେ ବନ୍ଧ ନିର୍ମାଣ କଲେ । କବିଙ୍କର କାବ୍ୟାୟନ ଅତ୍ୟନ୍ତ ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ
କିମ୍ବା
(ଖ) ଆଶ୍ରମରେ ସତୀ
ସୀତାଙ୍କୁ ଉଷା କିପରି ସ୍ବାଗତ ଜଣାଇଛନ୍ତି – ଆଲୋଚନା କର ।
ଊ. ଓଡ଼ିଆ ସାହିତ୍ୟଜଗତକୁ ସ୍ଵସୃଷ୍ଟି ସମ୍ଭାରଦ୍ଵାରା ପରିପୁଷ୍ଟ
କରିଥିବା ବରପୁତ୍ରମାନଙ୍କ ମଧ୍ୟରୁ ସ୍ଵଭାବକବି ଗଙ୍ଗାଧର ମେହେର ଅନ୍ୟତମ । ତାଙ୍କ ରଚିତ
କାବ୍ୟଗୁଡ଼ିକ ମଧ୍ୟରେ ତପସ୍ବିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, ପଦ୍ମିନୀ ପ୍ରଭୃତି
ଓଡ଼ିଆ ସାହିତ୍ୟ ଜଗତର ଗୋଟିଏ ଗୋଟିଏ ଅମୂଲ୍ୟ ସଂପଦ । ଆଲୋଚ୍ୟ ପ୍ରସଙ୍ଗଟି କବିଙ୍କ ରଚିତ ‘ତପସ୍ବିନୀ’ କାବ୍ୟର ଚତୁର୍ଥ
ସର୍ଗନ୍ତର୍ଗତ ଅଟେ । ଏଠାରେ ଦେବୀଉଷା ଜନକନନ୍ଦିନୀ ସୀତାଙ୍କୁ ଜଣାଇଥିବା ସ୍ଵାଗତ ସମ୍ବର୍ଜନା
ନିଖୁଣ ଭାବେ ବଣ୍ଠିତ ହୋଇଛି ।
ନିର୍ବାସିତା ଶୋକସନ୍ତପ୍ତା ଦେବୀସୀତା ଅବସ୍ଥାନ କରୁଥାନ୍ତି
ବାଲ୍ମୀକିଙ୍କ ଆଶ୍ରମରେ । ରାତ୍ରି ଅପସରି ଯାଇ ଉପସ୍ଥିତ ହୁଏ ଉଷାକାଳ । ଅଗୁଣ-କଷାୟ-ବସ୍ତ୍ର
ପରିହିତା, କୁସୁମ-କାରି ଶୋଭିତା, ପ୍ରସ୍ଫୁଟିତ ନୟନା, ପ୍ରଶାନ୍ତ
ରୂପଶ୍ରୀଯୁକ୍ତା ଦେବୀ ଉଷା ଜାନକୀଙ୍କ ଦର୍ଶନ ଆଶାରେ ଉପସ୍ଥିତି ହୁଅନ୍ତି ଆଶ୍ରମ ପ୍ରାଙ୍ଗଣରେ
ଶୋକ ଜର୍ଜରିତା ସୀତାଙ୍କ ହୃଦୟରେ ଆହ୍ଲାଦ ଭରିଦେବା ପାଇଁ ଦେବୀଉଷା
ଆୟୋଜନ କରିଥାନ୍ତି ସ୍ଵର୍ଗୀୟ ସ୍ଵାଗତ ବ୍ୟବସ୍ଥା। ଜନକନନ୍ଦିନୀଙ୍କୁ ଉପହାର ଦେବାପାଇଁ ସେ
କର-ପଲ୍ଲବରେ ଧାରଣ କରିଥାନ୍ତି ଶିଶିରରୂପକ ମୁକ୍ତା । ତାଙ୍କ ନିର୍ଦ୍ଦେଶରେ ମୃଦୁମନ୍ଦ ସମୀର
ଗାନ କରିଛି ଅପୂର୍ବ ସଂଗୀତ । ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଛି ସୁରଭି । ଭାଲ୍ମିକ
ପରିବେଶ ସୃଷ୍ଟି କରିଛି ଭାଟ କୁମ୍ଭାଟୁଆର ସ୍ତବପାଠ । ଲଳିତ ମଧୁର ସ୍ଵରରେ କଜଳପାତି ରାତି
ପାହିବାର ସୂଚନା ଦେଇ ଶଯ୍ୟାତ୍ୟାଗ କରିବା ପାଇଁ ଅନୁରୋଧ ଜଣାଇଛି ଦେବୀ ସୀତାଙ୍କୁ । କବିଙ୍କ
ଭାଷାରେ :
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତୀ ରାଜ୍ୟ-ରାଣୀ ରାତି ପାହିଲା"
ମୁନିମୁଖ ବେଦନରେ କମ୍ପିଉଠିଛି ବନଭୂମି । ଉଚ୍ଚ ଓଁକାର ନିନାଦ
ସ୍ଵର୍ଗମର୍ଥ୍ୟ ପାତାଳ ତିନିପୁରକୁ ହୋଇଛି ଗୁଞ୍ଜରିତ ।
ବାସ୍ତବରେ ମା’ଜାନକୀଙ୍କ ନିମିତ୍ତ
ଦେବୀ ଉଷାଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାକୁ କବି ଯେପରି ଭାବରେ ରୂପାୟିତ କରିଛନ୍ତି ତାହା ବର୍ଣ୍ଣନାତୀତ
।
୩.(ଖ) ସରଳାର୍ଥ
ଦରିଦ୍ର ନାରାୟଣଙ୍କ ସେବା ସନ୍ନ୍ୟାସୀର ଯଥାର୍ଥ ବ୍ରତ ।
ଉତ୍ତର – ଦରିଦ୍ର
ନାରାୟଣଙ୍କ...... ସନ୍ନ୍ୟାସୀର ଯଥାର୍ଥ ବ୍ରତ । ଶଂସିତ ଅଂଶଟି ଶରତକୁମାର ମହାନ୍ତିଙ୍କ ରଚିତ “ ନରେନ୍ରୁ
ବିବେକାନନ୍ଦ" ଶୀର୍ଷକ ବିଷୟରୁ ଆସିଅଛି ।
ପ୍ରବନ୍ଧ ସାହିତ୍ୟର ଋଦ୍ଧିମନ୍ତ ପ୍ରବନ୍ଧ ରଚୟିତା ଶରତ ମହାନ୍ତି
ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକତା ଆଦି
ପ୍ରତ୍ୟେକ ଦିଗକୁ ସ୍ପର୍ଶ କରି ମାର୍ଜିତ ଧାରାରେ ରଚନା କରିଥିବା ପ୍ରବନ୍ଧଗୁନିକ ମଧ୍ୟରୁ ‘ ଛତ୍ରପତି
ବିବେକାନନ୍ଦ’ ତାହାର ଅଂଶବିଶେଷ । ପରବରିତ
ଧାରାରେ ନିଜକୁ ସାମିଲ କରାଇଥିବା ନରେନ୍ ନିଜକୁ ସ୍ଵାମୀ ବିବେକାନନ୍ଦ ଭାବରେ ପରିଚିତ କରାଇ
କିପରି ଯୁବକୁଳର ଉଜ୍ଜ୍ବଳ ଦୃଷ୍ଟାନ୍ତ ସାଜିଛନ୍ତି ତାହା ପ୍ରାବନ୍ଧିକଙ୍କ କଲମ ମୁନରେ ବେଶ
ଭାବଗ୍ରାହୀ ହୋଇପାରିଛି ସମାଜ ପାଇଁ ।
ଉଦ୍ଧୃତାଂଶରେ ନରେନ୍ଙ୍କର ଭାବାବେଗ ଦରିଦ୍ରମାନଙ୍କ ପ୍ରତି
ବ୍ରତାନ୍ଵୟୀ ହେବାର ସୂଚନା ପ୍ରଦାନ କରୁଅଛି । ସମଗ୍ର ଦେଶ ପରିଭ୍ରମଣ ପରେ ଦି’ଓଳି ଦି’ମୁଠା ଖାଇବାକୁ ପାଉନଥୁବା
ଅଗଣିତ ମଣିଷମାନଙ୍କୁ ଦେଖ୍ ବିବେକାନନ୍ଦ ପ୍ରାପ୍ତ ହୋଇଥିବା ନୂତନ ଜ୍ଞାନର ସାରାଂଶ ଏହିପରି କି, ‘ ଭୋକିଲା ପେଟରେ
ଧର୍ମ ଅନାବଶ୍ୟକ’ । ଏହି ଉକ୍ତିଟି
ମାର୍କସ୍ ବା ତାଙ୍କର ଅନୁଗାମୀଙ୍କର ବୋଲି ଅନୁମିତ ହେଉଥିବାବେଳେ ନରେନ୍ କିନ୍ତୁ ଏ ପଦଟି
ରାମକୃଷ୍ଣଙ୍କ ଠାରୁ ଶୁଣିଥିଲେ । ଦେଶର ଅନ୍ଦିକନ୍ଦି ବୁଲି ଏହାର ସତ୍ୟତାକୁ ମର୍ମେ ମର୍ମେ
ଅନୁଭବ କରିଥିଲେ ନରେନ୍ । ରାମକୃଷ୍ଣ ପରମହଂସଙ୍କର ଯୋଗ୍ୟ ଶିଷ୍ୟ ଭାବରେ ତାଙ୍କର ନିର୍ଦ୍ଦେଶକୁ
ପାଥେୟ କରି ନିଜକୁ ସନ୍ନ୍ୟାସୀ ରୂପରେ ସଜାଇ ନେଇଥିବା ନରେନ୍ ଏହି ସିଦ୍ଧାନ୍ତରେ ଉପନୀତ
ହୋଇଥିଲେ ଯେ, ଦେଶରୁ ଦାରିଦ୍ର୍ୟତା
ନିରାକରଣ ନିମିତ୍ତ ଦରିଦ୍ର ନାରାୟଣମାନଙ୍କର ସେବାରେ ନିଜକୁ ନିୟୋଜିତ କରିବେ ଏବଂ ଶ୍ରେଷ୍ଠ
ବ୍ରତଭାବରେ ଏହି ପଥକୁ ସୁଗମ କରିବେ । କାରଣ ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର
ଯଥାର୍ଥ ବ୍ରତ ।
ଉଶୃଙ୍ଖଳିତ ଯୁବଗୋଷ୍ଠୀର ପ୍ରାଣରେ ଦେଶସେବାର ବ୍ରତକୁ ଅବଲମ୍ବନ
କରାଇବା ନିମିତ୍ତ ‘ନରେନ୍ରୁ ବିବେକାନନ୍ଦ’ ପ୍ରବନ୍ଧରେ
ଯଥାସାଧ୍ୟ ଶୃଙ୍ଖଳିତ ପଦ ସମୁଳୟର ଉପସ୍ଥାପନା କରି ପ୍ରାବନ୍ଧିକ ତାଙ୍କର ରଚନାର ଉପାଦେୟତାକୁ
ଦର୍ଶାଇଛନ୍ତି, ଖୁବ୍ ଚତୁରତାର ସହିତ ।
କିମ୍ବା
ତୋ’ର ମୁକତିରେ ମୋର ମୁକତି ମା’
ତୋ’ର ହସେ ମୋର ହସ
ତୋହରି ଅନ୍ତର ଆଦେଶେ ଚଳେ ମୁଁ
ଘୋଷି ତୋ’ର ମହାଯଶ ।
ଉ– ତୋର ମୁକତିରେ
------- ମହାଯଶ ।
ଉକ୍ତ ପଦ୍ୟାଶଟି ପଠିତ ‘ସାହିତ୍ୟ ସିନ୍ଧୁ’ ପୁସ୍ତକର ‘ସର୍ବଂସହା ମାଟି’ କବିତାରୁ ଆନୀତ ।
ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ମାଟିମାଆର ମୁକ୍ତିରେ ହିଁ ସନ୍ତାନର ମଙ୍ଗଳ ନିହିତ ଏହି
ବାର୍ତ୍ତା ପ୍ରଦାନ କରିଛନ୍ତି ।
ମାଟିମାଆର ମୁକ୍ତିରେ ହିଁ ସନ୍ତାନ ହୁଏ ମୁକ୍ତ । ସେ ହସିଲେ ହିଁ
ସନ୍ତାନ ମୁଖରେ ଖେଳେ ହସର ଲହରୀ । କାରଣ ତା’ର ସ୍ନେହମମତାର
ପଣତତଳେ ହିଁ ସନ୍ତାନଗଣ ସୁଖରେ କାଳ କାଟନ୍ତି । ସେହି ମାଟିମାଆ ଯଦି ବନ୍ଦିନୀ ହୁଏ, ତେବେ ହଜିଯାଏ ତା’ର ସନ୍ତାନମାନଙ୍କ
ସୁଖଶାନ୍ତି । ତେଣୁ ମାଟିମାଆକୁ ସର୍ବଦା ମୁକ୍ତ ରଖୁବାପାଇଁ ସନ୍ତାନମାନଙ୍କୁ ମାତୃଭକ୍ତ ହେବାକୁ
ପଡ଼ିବ । ହୃଦୟରେ ମାତୃଭୂମିପ୍ରୀତି ଜାଗ୍ରତ କରିବାକୁ ହେବ । ଏହାହିଁ ମାତାଙ୍କର ଅନ୍ତରର ଆଦେଶ
। ସେହି ଆଦେଶକୁ ପାଳନ କରି ମାଟିମାଆର ମୁକ୍ତି ନିମନ୍ତେ ଆଗେଇ ଆସିବାକୁ ହେବ । ତା’ର ମହାନ୍
କୀର୍ତ୍ତିକୁ ପ୍ରଚାର କରିବା ସହିତ ଜୟଗାନ କରିବାକୁ ହେବ । ତା’ହେଲେ ଦୁଃଖର
ରାତ୍ରି ଅପସରି ଯାଇ ସ୍ବପ୍ନ ସାର୍ଥକତା ଲାଭ କରିବ । ତେଣୁ ଦେଶପ୍ରାଣ ହୋଇ ମାଟି ମାଆର ଗୁଣଗାନ
କରିବାକୁ କବି ଏଠାରେ ଆହ୍ବାନ ଦେଇଛନ୍ତି ।
0 Comments